ବ୍ୟାଙ୍କିଂ ଶବ୍ଦଗୁଡ଼ିକର ବ୍ୟାପକ ମାର୍ଗଦର୍ଶିକା

ବ୍ୟାଙ୍କିଂ ଏବଂ ଆର୍ଥିକ ଜଗତ ଅତ୍ୟଧିକ ଜଟିଳ ମନେହୁଏ, ଏହା ବହୁତ ଗୁଡିଏ ଜଟିଳ ଶବ୍ଦାବଳୀ ଏବଂ ଜଟିଳ ଧାରଣାରେ ପରିପୂର୍ଣ୍ଣ। କିନ୍ତୁ ଭୟ କରନ୍ତୁ ନାହିଁ! ଆସନ୍ତୁ ଆମର ପୂର୍ବ ବ୍ୟାଖ୍ୟା ଉପରେ ଆଧାର କରି, ଜରୁରୀ ଶବ୍ଦଗୁଡ଼ିକୁ ବୁଝାମଣାଯୋଗ୍ୟ କରିବା ପାଇଁ ଚେଷ୍ଟା କରିବା।

Savings account (ସେଭିଙ୍ଗସ ଆକାଉଣ୍ଟ)

ଏହା ଟଙ୍କା ସଞ୍ଚୟ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମୌଳିକ ପାଣ୍ଠି ବା ଭଣ୍ଡାର ଅଟେ। ଏହା ସାଧାରଣତଃ ଅତି ସାଧାରଣ ସୁଧ ହାର ପ୍ରଦାନ କରେ (ଏହାକୁ ଏମିତି କହିପାରିବା ଯେ ଏହା ସର୍ବନିମ୍ନ ସୁଧ ପ୍ରଦାନ କରେ), ସମୟ ସହିତ ଆପଣଙ୍କର ଟଙ୍କା ବୃଦ୍ଧି କରିବାକୁ ଆପଣଙ୍କୁ ଉତ୍ସାହିତ କରେ। ଆମେ ଦେଖିବାକୁ ପାଇଥାଉ ଯେ ଅଧିକ ପରିମାଣରେ ଟଙ୍କା ସଂଚୟ କରୁଥିବା ବ୍ୟକ୍ତି କିମ୍ବା ଆର୍ଥିକ ଜଗତକୁ ଭଲ କରି ବୁଝୁଥିବା ଏହି ଆକାଉଣ୍ଟରେ ଟଙ୍କା ଜମା କରନ୍ତି ନାହିଁ।

Current account (କରେଣ୍ଟ ଆକାଉଣ୍ଟ୍)

ଏହା ବାରମ୍ବାର କାରବାର ଜନିତ ନେଣଦେଣ ପାଇଁ ପ୍ରସ୍ତୁତ, ଏହି ଆକାଉଣ୍ଟ୍ ଦୈନନ୍ଦିନ ଆର୍ଥିକ କାର୍ଯ୍ୟକଳାପକୁ ସହଜ କରିଥାଏ। ଏହା ଡେବିଟ୍ କାର୍ଡ, ଚେକ୍ ଏବଂ ଅନଲାଇନ୍ ସ୍ଥାନାନ୍ତର ମାଧ୍ୟମରେ ଜମା ପାଣ୍ଠିକୁ ସହଜ ପ୍ରବେଶ ପ୍ରଦାନ କରେ। ସେଥିପାଇଁ ଆପଣ ଶୁଣିଥିବେ ବ୍ୟାପାର ସହ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଏହି ଆକାଉଣ୍ଟ ଖୋଲିଥାନ୍ତି। କାରଣ ଏହା ଅନେକ ଦୈନନ୍ଦିନ ବେପାର ଜନିତ ନେଣଦେଣ ପାଇଁ ବହୁତ ସୁବିଧା ଯୋଗାଏ। ଏହାକୁ ଚେକିଙ୍ଗ ଆକାଉଣ୍ଟ ମଧ୍ୟ କୁହାଯାଏ।

Fixed deposit (ଫିକ୍ସଡ଼ ଡିପୋଜିଟ ବା FD) / Certificate of deposit (ସାର୍ଟିଫିକେଟ ଅଫ ଦିପୋଜିଟ ବା CD)

ଏହି ଆକାଉଣ୍ଟଗୁଡ଼ିକ ଏକ ପୂର୍ବନିର୍ଦ୍ଧାରିତ ଅବଧି ପାଇଁ ଟଙ୍କା ସଞ୍ଚୟ କରିବାକୁ ସାହାଯ୍ୟ କରେ। ପ୍ରତିବଦଳରେ, ବ୍ୟାଙ୍କ ଏକ ସେଭିଙ୍ଗସ ଆକାଉଣ୍ଟ୍ ଅପେକ୍ଷା ଅଧିକ ସୁଧ ହାର ପ୍ରଦାନ କରେ। ଏହା ଏକ ସୁରକ୍ଷିତ, ସ୍ଥିର-ଫେରସ୍ତ ନିବେଶ ଚାହୁଁଥିବା ଲୋକଙ୍କ ପାଇଁ ଆଦର୍ଶ ଜମା ବ୍ୟବସ୍ଥା ଅଟେ। ଏହା ପୁଣି ଭିନ୍ନ ଭିନ୍ନ ବର୍ଗରେ ବିଭକ୍ତ ଯେପରିକି cumulative FD (କ୍ୟୁମୁଲେଟିଭ FD), non cumulative FD (ନନ କ୍ୟୁମୁଲେଟିଭ FD) ଭାବେ ବିଭକ୍ତ। ଏହା ବିଷୟରେ ପରେ ଜାଣିଦେଇପାରିବ। ବେଳେ ବେଳେ FD କୁ ଟର୍ମ ଡିପୋଜିଟ ବା ଟାଇମ ଡିପୋଜିଟ ବୋଲି କୁହାଯାଉଥିବା ଶୁଣିବାକୁ ମିଳେ।

Recurring deposit (ରିକରିଙ୍ଗ ଡିପୋଜିଟ ବା RD)

ଏହା ଏକ ବ୍ୟବସ୍ଥିତ ସଞ୍ଚୟ ପଦ୍ଧତି, ଯେଉଁଠାରେ ଆପଣ ମାସିକ ଏକ ସ୍ଥିର ପରିମାଣ ଜମା କରନ୍ତି। ଏହା ସମୟ ସହିତ ଏକ ଯଥେଷ୍ଟ ପରିମାଣର ରାଶି ଗଠନ କରିବାରେ ସାହାଯ୍ୟ କରେ, ଏବଂ ଏହା ଯୋଜନାବଦ୍ଧ ଭବିଷ୍ୟତ ଖର୍ଚ୍ଚ ପାଇଁ ଆଦର୍ଶ ଜମା ବ୍ୟବସ୍ଥା ଅଟେ।

Money market account (ମନି ମାର୍କେଟ ଆକାଉଣ୍ଟ୍)

ଏହା ସେଭିଙ୍ଗସ ଏବଂ କରେଣ୍ଟ ଆକାଉଣ୍ଟ୍ ର ଏକ ମିଶ୍ରିତ ରୂପ ଅଟେ, ଏହା ପ୍ରାୟତଃ ଅଧିକ ସୁଧ ପ୍ରଦାନ କରେ କିନ୍ତୁ ଏଥିରେ ଦେଣନେଣ ଉପରେ ସୀମା ଧାର୍ଯ୍ୟ ହୋଇ ରହିଥାଏ, ଅର୍ଥାତ ଏହି ଆକାଉଣ୍ଟରୁ ଟଙ୍କା କେତେଥର ଟଙ୍କା ଉଠେଇ ହେବ ତାହା ପାଇଁ ଏକ ମାସିକ ନିର୍ଦ୍ଦିଷ୍ଟ ସୀମା ରହିଥାଏ।

Beneficiary (ବେନିଫିସିଆରି ବା ହିତାଧିକାରୀ)

ଏହି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଆର୍ଥିକ ଚୁକ୍ତିନାମା କିମ୍ବା ଇଚ୍ଛାପତ୍ରରେ ଉଲ୍ଲେଖ କରାଯାଇଥିବା ପାଣ୍ଠି କିମ୍ବା ସମ୍ପତ୍ତିର ନିଯୁକ୍ତ ପ୍ରାପ୍ତକର୍ତ୍ତା ହୋଇଥାନ୍ତି।

Nominee (ନୋମିନୀ ବା ମନୋନୀତ ବ୍ୟକ୍ତି)

ଏହି ବ୍ୟକ୍ତି ଜଣକ ହେଲେ ମୂଳ ମାଲିକଙ୍କ ମୃତ୍ୟୁ କିମ୍ବା ଅନ୍ୟ କୌଣସି ଦୁର୍ଭାଗ୍ୟଜନକ ଘଟଣାରେ ଏକ ଆକାଉଣ୍ଟର ବିଷୟବସ୍ତୁ ଗ୍ରହଣ କରିବା ପାଇଁ ନିଯୁକ୍ତ ବ୍ୟକ୍ତି। ପ୍ରକୃତ ଉତ୍ତରାଧିକାରୀ ବା ହିତାଧିକାରୀ ଠାବ ନହେଲା ଯାଏଁ ଏହି ବ୍ୟକ୍ତି ଅସ୍ଥାୟୀ ଭାବେ ସମ୍ପତ୍ତିକୁ ତଦାରଖ କରନ୍ତି।

Asset (ଏସେଟ ବା ସମ୍ପତ୍ତି)

ନଗଦ ଏବଂ ନିବେଶ ଠାରୁ ଆରମ୍ଭ କରି ସମସ୍ତ ସ୍ପର୍ଶନୀୟ ଏବଂ ଅସ୍ପର୍ଶନୀୟ ସମ୍ପତ୍ତିକୁ ସୂଚାଏ। ଯେପରିକି ଆପଣଙ୍କ କୌଣସି ମୂଲ୍ୟବାନ ଗହଣା ଯାହାକି ସ୍ପର୍ଶ କରିହୁଏ ଏବଂ କିଛି ବୌଦ୍ଧିକ ସମ୍ପତ୍ତି ଯେପରିକି ପେଟେଣ୍ଟ ରାଇଟସ, କପି ରାଇଟସ, ଟ୍ରେଡ଼ମାର୍କ, ବ୍ରାଣ୍ଡ ର ନାମ ଯାହାକି ସ୍ପର୍ଶ କରିହୁଏନି, ଏସବୁ ଆପଣଙ୍କ ସମ୍ପତ୍ତି ଭାବେ ପରିଗଣିତ ହୋଇପାରେ।

Deposit (ଡିପୋଜିଟ)

ଟଙ୍କା ତୁମର ଖାତାରେ ଜମା କରିବା, ଯାହା ଦ୍ୱାରା ତୁମର ବ୍ୟାଲେନ୍ସ ବଢେ
(Example: ବ୍ୟାଙ୍କରେ ଟଙ୍କା ଜମା କରିବା।)

Withdrawal (ୱିଦଡ୍ରାଲ)

ତୁମର ଖାତାରୁ ଟଙ୍କା କାଢିବା, ଯାହା ଦ୍ୱାରା ବ୍ୟାଲେନ୍ସ କମେ
(Example: ATM ରୁ ଟଙ୍କା ଉଠାଇବା।)

Transfer (ଟ୍ରାନ୍ସଫର)

ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇବା (ସମାନ ବ୍ୟାଙ୍କ ରେ ଥିବା ଖାତା ମଧ୍ୟରେ ହେଉ ବା ଗୋଟିଏ ବ୍ୟାଙ୍କରୁ ଆଉ ଗୋଟିଏ ବ୍ୟାଙ୍କରେ ଥିବା ଖାତାକୁ ହେଉ)।
(Example: ଫୋନ୍ ପେ ଦ୍ୱାରା ଟଙ୍କା ପଠାଇବା।)

Transaction (ଟ୍ରେନଜେକ୍ସନ)

ଯେକୌଣସି କାର୍ଯ୍ୟ ଯାହା ତୁମର ଖାତାର ବ୍ୟାଲେନ୍ସକୁ ପ୍ରଭାବିତ କରେ (ଯେପରିକି ଜମା, ଉଠାଣ, ଟ୍ରାନ୍ସଫର, ବିଲ୍ ପେମେଣ୍ଟ)।

NEFT, RTGS, IMPS, UPI

ଇଲେକ୍ଟ୍ରୋନିକ୍ ଟ୍ରାନ୍ସଫର ସିଷ୍ଟମ୍:

  • NEFT: ସାଧାରଣ ଟ୍ରାନ୍ସଫର (କିଛି ସମୟ ଲାଗେ)।
  • RTGS: ବଡ଼ ଟ୍ରାନ୍ସଫର (ତୁରନ୍ତ, କିନ୍ତୁ ଅଧିକ ଟଙ୍କା ପାଇଁ)।
  • IMPS: ମୋବାଇଲ୍ରେ ତୁରନ୍ତ ଟ୍ରାନ୍ସଫର (24×7)।
  • UPI: ମୋବାଇଲ୍ ଆପ୍ (ଯେପରି PhonePe, Google Pay) ଦ୍ୱାରା ଟ୍ରାନ୍ସଫର।
    ଏସବୁ ବିଷୟରେ ଆମେ ପୁର୍ବ ବ୍ଲଗରେ ପଢ଼ିଛେ।

Remittance (ରେମିଟନ୍ସ)

ବିଦେଶକୁ ଟଙ୍କା ପଠାଇବା (ଯେପରି ବାହାର ଦେଶରେ କାମ କରୁଥିବା ଲୋକେ ନିଜ ଘରକୁ ଟଙ୍କା ପଠାନ୍ତି)।

Debit (ଡେବିଟ)

ଖାତାରୁ ଟଙ୍କା କମିଯିବା (ଯେପରି ଖର୍ଚ୍ଚ କଲେ ବା ଟ୍ରାନ୍ସଫର କଲେ ନିଜ ଖାତାରୁ ଟଙ୍କା କମେ)।

Credit (କ୍ରେଡିଟ)

ଖାତାରେ ଟଙ୍କା ବଢିବା (ଯେପରି ଜମା କଲେ ବା କେହି ପଠାଇଲେ ଆକାଉଣ୍ଟରେ ଟଙ୍କା ବଢ଼େ)।

Merchant Account (ମର୍ଚାଣ୍ଟ ଆକାଉଣ୍ଟ)

ବ୍ୟବସାୟୀଙ୍କ ପାଇଁ ଏକ ବିଶେଷ ଖାତା ଯାହା ଦ୍ୱାରା ସେମାନେ କ୍ରେଡିଟ୍/ଡେବିଟ୍ କାର୍ଡ ରେ ଟଙ୍କା ନେଇପାରନ୍ତି।

Loan (ଲୋନ୍)

ବ୍ୟାଙ୍କରୁ ଟଙ୍କା ଧାର କରିବା ଯାହାକୁ ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୁଧ ସହିତ ଫେରସ୍ତ କରିବାକୁ ପଡେ।
(Example: ବ୍ୟାଙ୍କରୁ ହାଉସ ଲୋନ୍ ନେବା।)

Interest (ଇଣ୍ଟରେଷ୍ଟ୍)

ଏହା ଟଙ୍କା ଧାର କରିବା ହେତୁ ବା ନିବେଶରେ ଲାଭ ହେତୁ ସୁଧ ରୂପେ ବହନ କରିବାକୁ ପଡେ, ଯାହା ଶତକଡା ରୂପେ ଦିଆଯାଏ।
(Example: 10% ସୁଧ ହେଲେ, ପ୍ରତି 100 ଟଙ୍କାରେ 10 ଟଙ୍କା ଅଧିକ ଦେବାକୁ ପଡେ।)

Principal (ପ୍ରିନ୍ସିପାଲ୍)

ଏହା ହେଉଛି ଧାର କିମ୍ବା ନିବେଶ କରାଯାଇଥିବା ମୂଳ ଧନ (ସୁଧ ବାଦ୍)।
(Example: 1 ଲକ୍ଷ ଟଙ୍କା ଲୋନ୍ ନେଲେ, ମୂଳଧନ 1 ଲକ୍ଷ।)

EMI (ଇଏମ୍ଆଇ / ଇକ୍ୱିଟେଡ୍ ମନ୍ଥଲି ଇନ୍ଷ୍ଟଲମେଣ୍ଟ୍)

ଧାର କରାଯାଇଥିବା ଟଙ୍କାକୁ ପ୍ରତି ମାସରେ ସୁଧ ସହ ଏକ ନିର୍ଦ୍ଦିଷ୍ଟ ଟଙ୍କା ଫେରସ୍ତ ଦେବାକୁ ପଡେ, ଯାହା ମୂଳଧନ ଓ ସୁଧ ଦୁଇଟିକୁ କଭର କରେ।
(Example: ବାଇକ୍ ଲୋନ୍ EMI ମାସକୁ 3,000 ଟଙ୍କା।)

Credit Card (କ୍ରେଡିଟ୍ କାର୍ଡ୍)

ଏକ କାର୍ଡ ଯାହା ଦ୍ୱାରା ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରି ହେବ ଏବଂ ସେହି ଟଙ୍କା ପରେ ଦେବାକୁ ପଡେ। ଧରାଯାଉ ଆପଣଙ୍କୁ ଏକ ସମୟ ସୀମା ଭିତରେ ଖର୍ଚ୍ଚ କରିଥିବା ଟଙ୍କା ଫେରସ୍ତ ଦେବାକୁ କୁହାଯାଇଛି ଏବଂ ଆପଣ ସେହି ସୀମା ଅତିକ୍ରମ କରିଦିଅନ୍ତି, ତେବେ ଆପଣଙ୍କୁ ସୁଧ ଦେବାକୁ ପଡିପାରେ।
(Example: କ୍ରେଡିଟ୍ କାର୍ଡରେ ସୀମା ମନେକର ₹50,000 ତେବେ ଆପଣ ନିଜ ପାଖରେ ଟଙ୍କା ନଥିଲେ ମଧ୍ୟ ଏହି କାର୍ଡ ଜରିଆରେ ₹50,000 ପର୍ଯ୍ୟନ୍ତ କିଣାକିଣି କରିପାରିବେ ବା ଖର୍ଚ୍ଚ କରି ପାରିବେ ଏବଂ ପରେ ସେହି ଟଙ୍କା ପଇଠ କରିବାକୁ ହୁଏ।)

Credit Score (କ୍ରେଡିଟ୍ ସ୍କୋର୍)

ଏହା ତୁମର ଲୋନ୍ ନେବାର ଯୋଗ୍ୟତା ଦର୍ଶାଉଥିବା ଏକ 3 ଅଙ୍କ ବିଶିଷ୍ଟ ନମ୍ବର ହେଇଥାଏ (350-900)। ଏହା ଯେତେ ଅଧିକ, ସେତେ ଭଲ। ଏହା ଆପଣଙ୍କ ବିଶ୍ୱାସନୀୟତା କୁ ପ୍ରଦର୍ଶିତ କରେ ଯେ ଆପଣ ଲୋନ ନେଲେ କେତେ ସହଜରେ ତାହା ସୁଝିପାରିବେ। ଯଦି ଆପଣ କେବେ ଲୋନ ନେଇ ଠିକ ରେ ସୁଝି ନାହାନ୍ତି, ତେବେ ଏହି ସ୍କୋର କମେ ଏବଂ ଆପଣଙ୍କୁ ପରବର୍ତ୍ତୀ ଲୋନ ମିଳିବା କଷ୍ଟକର ହୋଇପଡେ। ଭାରତରେ 4ଟି ଏହିପରି ବ୍ୟୁରୋ (ସୂଚନା ପ୍ରଦାନକାରୀ ସଂସ୍ଥା) ଅଛନ୍ତି ଯେଉଁମାନେ ଏହି ସ୍କୋର ଜାରି କରନ୍ତି, ପ୍ରତ୍ୟେକ ଜଣଙ୍କ ଜାରିହୋଇଥିବା ସ୍କୋର ସମାନ ଭାବେ ବିଶ୍ୱାସଯୋଗ୍ୟ ହୋଇଥାଏ। ଭାରତରେ ସାଧାରଣତଃ ଲୋକେ ସିବିଲ ସ୍କୋର ଭାବେ ଏହାକୁ ଜାଣନ୍ତି। CIBIL (Credit Information Bureau (India) Limited) ସେହି 4 ଟି ବ୍ୟୁରୋ ମଧ୍ୟରୁ ଗୋଟିଏ। ଏହା ଭାରତର ପ୍ରଥମ ସଂସ୍ଥା ଯାହା କ୍ରେଡିଟ ଇନଫରମେଶନ ପ୍ରଦାନ କରିଥିଲା। ଏହା ଆମେରିକୀୟ କମ୍ପାନୀ TransUnion ସହ ପାର୍ଟନର ଅଟେ ଏବଂ TransUnion CIBIL Ltd. ଭାବେ ପରିଚିତ ଅଟେ। ଅନ୍ୟ 3 ଟି ବ୍ୟୁରୋ ହେଲେ Experian, Equifax, CRIF High Mark।

Collateral (କଲାଟେରାଲ୍)

ଏହା ଲୋନ୍ ପାଇବା ପାଇଁ ବନ୍ଧକ ଦେବାକୁ ପଡୁଥିବା ସମ୍ପତ୍ତି ଅଟେ। ଯଦି ଟଙ୍କା ଫେରସ୍ତ ନ କରିବ, ବ୍ୟାଙ୍କ ସେହି ସମ୍ପତ୍ତି ଜବତ କରିପାରେ। ଏଥିରେ ପ୍ରଥମେ ସମ୍ପତ୍ତି ବନ୍ଧା ରଖିଲେ ଯାଇ ଧାର ମିଳେ।
(Example: ଘର ବନ୍ଧକ ରଖି ଲୋନ୍ ନେବା।)

Foreclosure (ଫୋରକ୍ଲୋଜର୍)

ଲୋନ୍ ଫେରସ୍ତ ନ କରିପାରିଲେ, ବ୍ୟାଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା।

Mortgage (ମର୍ଟଗେଜ୍)

ଘର କିଣିବା ଅନ୍ୟ କୌଣସି ସମ୍ପତ୍ତି କିଣିବା ପାଇଁ ନିଆଯାଇଥିବା ଲୋନ୍, ଯେଉଁଥିରେ ଘର କିମ୍ବା ସେହି ସମ୍ପତ୍ତି ଟି ବନ୍ଧକ ରହେ।
(Example: ଆପଣ ନିଜ ଜାଗାରେ ଘରଟିଏ ତିଆରି ପାଇଁ ବ୍ୟାଙ୍କରୁ ଧାର ଆଣିଲେ, ଯାହା ଆପଣ କିସ୍ତି ଭାବେ ସୁଧ ସହ ସୁଝି ଚାଲିବେ। ଯଦି ଆପଣ ସୁଝିନପାରିଲେ, ତେବେ ଆପଣ ତିଆରି କରିଥିବା ଘରକୁ ବ୍ୟାଙ୍କ ଜବତ କରିନିଏ। ଏହା collateral ଠାରୁ ଭିନ୍ନ ଅଟେ। ଏଥିରେ ଆପଣ ଧାର ଆଣିବା ପୂର୍ବରୁ ସମ୍ପତ୍ତି ବନ୍ଧକ ରଖିଲେ ନାହିଁ ବରଂ ଯେଉଁ ସମ୍ପତ୍ତି କିଣିବା ପାଇଁ ବା ଗଢିବା ପାଇଁ ଆପଣ ଧାର ଆଣିଲେ, ଆପଣ ଋଣ ନସୁଝିବା ଯାଏଁ ତାହା ପୂର୍ଣ୍ଣରୂପେ ଆପଣଙ୍କ ନୁହେଁ ଏବଂ ତାକୁ ବ୍ୟାଙ୍କ ଜବତ କରିଦେଇପାରେ।)

Overdraft (ଓଭରଡ୍ରାଫ୍ଟ୍)

ଖାତାରେ ଥିବା ଟଙ୍କାଠାରୁ ଅଧିକ ଉଠାଇବାର ସୁବିଧା (ଏଥିପାଇଁ ଅତିରିକ୍ତ ଫି ଲାଗେ)।

Amortization (ଆମର୍ଟାଇଜେସନ୍)

ଲୋନ୍ କିସ୍ତି ଦେଇ ଧୀରେ ଧୀରେ ଶୁଝିବା ପ୍ରକ୍ରିୟା।

Appraisal (ଆପ୍ରେଜାଲ୍)

ସମ୍ପତ୍ତିର ମୂଲ୍ୟ ନିର୍ଣ୍ଣୟ କରିବା (ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ କରେ)।

Underwriting (ଅଣ୍ଡରରାଇଟିଂ)

ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଦେୟ ଶକ୍ତି ଯାଞ୍ଚ କରିବା।

Liability (ଲାଇଆବିଲିଟି)

ତୁମର ଦେୟ (ଋଣ, ବିଲ୍, ଟ୍ୟାକ୍ସ୍ ଇତ୍ୟାଦି)।

Derivatives (ଡେରିଭେଟିଭ୍ସ୍)

ଡେରିଭେଟିଭ୍ସ୍ ହେଉଛି ଏକ ବିଶେଷ ପ୍ରକାରର ଫାଇନାନ୍ସିଆଲ୍ ଚୁକ୍ତି (ଫିନାନ୍ସିଆଲ୍ କଣ୍ଟ୍ରାକ୍ଟ) ଯାହାର ମୂଲ୍ୟ ଅନ୍ୟ ଏକ ଆଧାର ବସ୍ତୁ (Underlying Asset) ଉପରେ ନିର୍ଭର କରେ। ଏହି ଆଧାର ବସ୍ତୁ ହୋଇପାରେ ଷ୍ଟକ୍, ସୋନା, ତେଲ, ମୁଦ୍ରା ବିନିମୟ ହାର, କୃଷି ପଦାର୍ଥ (ଯେପରି ଗହମ, ଚାଉଳ) ଇତ୍ୟାଦି। ଏହା 4 ପ୍ରକାର ଅଟେ ଯଥା: ଫ୍ୟୁଚର୍ସ୍ (Futures), ଅପ୍ସନ୍ସ୍ (Options), ସ୍ଵାପ୍ (Swaps), ଫରୱାର୍ଡସ୍ (Forwards)। ଏମାନଙ୍କୁ ଆମେ ଏଠି ପଢିବା ନାହିଁ, କିନ୍ତୁ ଏତିକି ଜାଣିରଖିବାଯେ ଡେରିଭେଟିବସ ଅତ୍ୟଧିକ ଜଟିଳ ଏବଂ ଅସ୍ଥିର ହୋଇପାରେ।

Hedge (ହେଜ୍)

ହେଜ୍ ହେଉଛି ଏକ ଫାଇନାନ୍ସିଆଲ୍ ଷ୍ଟ୍ରାଟେଜି ଯାହା ଦ୍ୱାରା ଆପଣ ନିଜର ବିନିଯୋଗ କିମ୍ବା ଆୟର ରିସ୍କ୍ (ବିପଦ) କମ୍ କରିପାରିବେ। ଏହା ପ୍ରାୟତଃ ଡେରିଭେଟିଭ୍ସ୍ (ଯେପରି ଫ୍ୟୁଚର୍ସ୍, ଅପ୍ସନ୍ସ୍) ବ୍ୟବହାର କରି କରାଯାଏ।

Diversification (ଡାଇଭରସିଫିକେସନ୍)

ଟଙ୍କାକୁ ଏକାଠି ନ ରଖି ବିଭିନ୍ନ ଜାଗାରେ ବିନିଯୋଗ କରିବା (ରିସ୍କ୍ କମ୍ ହେବା ପାଇଁ)।

Escrow (ଏସ୍କ୍ରୋ)

ଏସ୍କ୍ରୋ ହେଉଛି ଏକ ସୁରକ୍ଷିତ ଟ୍ରାନ୍ସାକ୍ସନ୍ ସିସ୍ଟମ୍, ଯେଉଁଥିରେ ଏକ ନିଷ୍ପକ୍ଷ ତୃତୀୟ ପକ୍ଷ (Third Party) ଟଙ୍କା ବା ସମ୍ପତ୍ତି ଜମା ରଖେ, ଯେପର୍ଯ୍ୟନ୍ତ କ୍ରେତା (Buyer) ଓ ବିକ୍ରେତା (Seller) ମଧ୍ୟରେ ଚୁକ୍ତି ଅନୁଯାୟୀ ସମସ୍ତ ସର୍ତ୍ତ ପୂରଣ ନହୁଏ।

Inflation (ଇନଫ୍ଲେସନ୍)

ଦାମ୍ ବଢ଼ିବା ଦ୍ୱାରା ଟଙ୍କାର ମୂଲ୍ୟ କମିଯାଏ, ପୂର୍ବେ ଯାହା 100 ଟଙ୍କାରେ ମିଳୁଥିଲା, ବର୍ତ୍ତମାନ 120 ଟଙ୍କାରେ ମିଳୁଛି।

Yield (ଇଏଲ୍ଡ୍)

ବିନିଯୋଗରୁ ହେଉଥିବା ଲାଭ (%)।

Liquidity (ଲିକ୍ୱିଡିଟି)

କେତେ ଶୀଘ୍ର ଟଙ୍କାକୁ ନଗଦରେ ପରିଣତ କରାଯାଇପାରିବ (ସେଭିଙ୍ଗସ ଆକାଉଣ୍ଟରେ ଥିବା ଟଙ୍କା ଅପେକ୍ଷା ଷ୍ଟକ୍ କମ୍ ଲିକ୍ୱିଡ୍ ଅଟେ)।

Account Statement (ଆକାଉଣ୍ଟ୍ ସ୍ଟେଟମେଣ୍ଟ୍)

ତୁମର ଖାତାର ସମସ୍ତ ଟ୍ରାନ୍ସାକ୍ସନ୍ ର ବିସ୍ତୃତ ରେକର୍ଡ୍।
(Example: ମାସ ଶେଷରେ ବ୍ୟାଙ୍କ ଆକାଉଣ୍ଟ୍ ସ୍ଟେଟମେଣ୍ଟ୍ ଦେଇଥାଏ।)

Balance (ବାଲେନ୍ସ୍)

ଖାତାରେ ଉପସ୍ଥିତ ବର୍ତ୍ତମାନର ଟଙ୍କାର ପରିମାଣ।
(Example: ମୋର ଖାତାରେ 5,000 ଟଙ୍କା ବାଲେନ୍ସ୍ ଅଛି।)

Interest Rate (ଇଣ୍ଟରେଷ୍ଟ୍ ରେଟ୍)

ଟଙ୍କା ଉପରେ ଦିଆଯାଉଥିବା ବା ପାଇଥିବା ଶତକଡା ହାର।
(Example: ସେଭିଙ୍ଗସ ଆକାଉଣ୍ଟରେ 4% ଇଣ୍ଟରେଷ୍ଟ୍ ମିଳୁଛି।)

Cheque (ଚେକ୍)

ବ୍ୟାଙ୍କକୁ ଲେଖାଯାଇଥିବା ଏକ ଆଦେଶ ଯାହା ଦ୍ୱାରା ନିର୍ଦ୍ଦିଷ୍ଟ ଟଙ୍କା କାହାକୁ ଦେବାକୁ କୁହାଯାଏ।
(Example: ବିଲ୍ ପଇଠ କରିବା ପାଇଁ ଚେକ୍ ଲେଖିବା।)

Debit Card (ଡେବିଟ୍ କାର୍ଡ୍)

ଏକ କାର୍ଡ ଯାହା ଦ୍ୱାରା ସିଧାସଳଖ ତୁମର ଖାତାରୁ ଟଙ୍କା ଖର୍ଚ୍ଚ କରାଯାଇପାରିବ।
(Example: ଡେବିଟ୍ କାର୍ଡ୍ ବ୍ୟବହାର କରି ଦୋକାନରୁ ଜିନିଷ କିଣିବା।)

ATM (ଏଟିଏମ୍)

ଯନ୍ତ୍ର ଯାହା ଦ୍ୱାରା ଟଙ୍କା ଉଠାଇବା, ଜମା କରିବା ଆଦି କାମ ନିଜେ କରିହେବ। ଏହାର ପୁରା ନାମ ଅଟୋମେଟେଡ଼ ଟେଲର ମେସିନ (Automated Teller Machine)।
(Example: ATM ରୁ ଟଙ୍କା ଉଠାଇବା।)

KYC (କେ.ଓୟାଇ.ସି)

ତୁମର ପରିଚୟ ଯାଞ୍ଚ କରିବାର ପ୍ରକ୍ରିୟା (ବ୍ୟାଙ୍କ ଫ୍ରଡ୍ ଅଟକେଇବା ପାଇଁ)।
(Example: ନୂଆ ଖାତା ଖୋଲିବା ସମୟରେ KYC କରିବାକୁ ପଡେ।)

Net Banking/Online Banking (ନେଟ୍ ବ୍ୟାଙ୍କିଂ)

ଇଣ୍ଟରନେଟ୍ ଦ୍ୱାରା ଖାତା ମ୍ୟାନେଜ୍ କରିବା ଓ ଟ୍ରାନ୍ସାକ୍ସନ୍ କରିବା।
(Example: ଘରେ ବସି ନେଟ୍ ବ୍ୟାଙ୍କିଂ ଦ୍ୱାରା ବିଲ୍ ପେମେଣ୍ଟ୍ କରିବା।)

Portfolio (ପୋର୍ଟଫୋଲିଓ)

ଜଣେ ବ୍ୟକ୍ତି ବା ସଂସ୍ଥାର ସମସ୍ତ ଫାଇନାନ୍ସିଆଲ୍ ଆସେଟ୍ ର ସମାହାର।
(Example: ମୋର ପୋର୍ଟଫୋଲିଓରେ ଷ୍ଟକ୍, ମ୍ୟୁଚୁଆଲ୍ ଫଣ୍ଡ୍ ଓ ସୋନା ଅଛି।)

ଏହି ଶବ୍ଦଗୁଡିକୁ ବୁଝିଲେ, ଆପଣ ବ୍ୟାଙ୍କିଂ ବିଷୟରେ ଅଧିକ ଆତ୍ମବିଶ୍ୱାସର ସହିତ ଜାଣିପାରିବେ ଏବଂ ସୁଚିନ୍ତିତ ଆର୍ଥିକ ନିଷ୍ପତ୍ତି ନେଇପାରିବେ।